ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ, ପ୍ରତିକ୍ରିୟା ରଖିଲେ ବିଧାୟକ ସୁବାଷ ପାଣିଗ୍ରାହୀ - ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ
🎬 Watch Now: Feature Video
ଭୁବନେଶ୍ବର:ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ଆତ୍ମହତ୍ୟା ଉଦ୍ୟମ ପରେ ପ୍ରତିକ୍ରିୟା ରଖିଲେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ପୂର୍ବରୁ ସେ ଗତ 26 ତାରିଖ ଦିନ ଚାଷୀଙ୍କ ଧାନ କିଣାକୁ ନେଇ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଆଜି ଅପରାହ୍ନରେ ସେ ସାନିଟଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଗୃହରେ ସରକାରୀ ଦଳ ବିରୋଧୀଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିବା ସହ ଆଗକୁ ପରିସ୍ଥିତି ଦେଖି ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : Mar 13, 2021, 10:31 AM IST