ଘରେ ଶୋଇଥିବାବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ
🎬 Watch Now: Feature Video

ଖୋର୍ଦ୍ଧା: ଜଟଣୀ ଥାନା ତରାବୋଇରେ ଅଘଟଣ । ଘରେ ଶୋଇଥିବାବେଳେ ବାହାରୁ କବାଟ ଦେଇ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଦୁଇ ଶିଶୁ ସମେତ ଚାରିଜଣ ଥିଲେ ଘରେ । ଦୁଇ ଶିଶୁ ଚେତା ଶୂନ୍ୟ ହୋଇଥିଲେ । ରଘୁନାଥ ତାଡ଼ ଉଠି ପଡିଶା ଘରକୁ ଫୋନ କରିବା ପରେ ଖୋଲିଥିଲେ କବାଟ ଏବଂ ନିଆଁ ଲିଭାଇଥିଲେ । ଦୁଇ ଶିଶୁ ଏବେ ସୁସ୍ଥ ଅଛନ୍ତି । ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।