ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ନ୍ୟାୟ ଅପେକ୍ଷାରେ ପୀଡିତାଙ୍କ ପରିବାର
🎬 Watch Now: Feature Video
ଭୁବନେଶ୍ବର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ନ୍ୟାୟ ଅପେକ୍ଷାରେ ପୀଡ଼ିତା। ନାବାଳିକା ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୋମବାର ମହିଳା କମିଶନଙ୍କ ନିକଟରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ହାଜର ନହୋଇ ତାଙ୍କର ଓକିଲ ଓ ପିଆରଓ ଉପସ୍ଥିତ ରହିଥିଲେ। କିନ୍ତୁ ଦେହ ଖରାପ ଦର୍ଶାଇ ପିଆରଓ କିଛି ସମୟ ନେଇଛନ୍ତି । ଥରେ ନୁହେଁ କି ଦୁଇ ଥର ନୁହେଁ ତାଙ୍କ ଓକିଲ ଏବଂ ପିଆରଓ ଏଭଳି ବାରମ୍ବାର ଆସିଲେଣି ମହିଳା କମିଶନଙ୍କ ନିକଟକୁ। ହେଲେ କୌଣସି ନା କୌଣସି କାରଣ ଦର୍ଶାଇ ଆସୁନାହାଁନ୍ତି ଏମଡି । ସେପଟେ ବିନା କାଗଜପତ୍ରରେ ପଠାଉଛନ୍ତି ସଂସ୍ଥାର ପିଆରଓଙ୍କୁ। ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇନାହାଁନ୍ତି ଏମଡି। କିନ୍ତୁ ତାଙ୍କର ପିଆରଓ ଓ ଓକିଲଙ୍କୁ ହାଜର କରାଇଛନ୍ତି । ଏନେଇ ମହିଳା କମିଶନଙ୍କ ନିକଟରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି ଆରମ୍ଭ ହୋଇଛି।