ବାହାର ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ, ସଚେତନ କଲେ ଗଣମାଧ୍ୟମ ପ୍ରତିନିଧୀ - ଲକ୍ ଡାଉନ୍
🎬 Watch Now: Feature Video
ବ୍ରହ୍ମପୁର: କୋରୋନା ପ୍ରଭାବରେ ସାରା ଦେଶରେ ଏବେ ଲକ୍ ଡାଉନ୍ ସ୍ଥିତି । ଏହି ସମୟରେ ଜିଲ୍ଲାକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ କେତେକ ଜଳପଥରେ ଗଞ୍ଜାମକୁ ଆସୁଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାକୁ ଅଧିକ ସତର୍କ ରହିବା ଆବଶ୍ୟକତା ରହିଛି ବୋଲି ବ୍ରହ୍ମପୁର ସହରରେ ସଚେତନତା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ସହରର ମୟୂରୀଟାୱର ଛକ ନିକଟରେ ଏହି ଅବସରରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ହାତକୁ ସାନିଟାଇଜର୍ କରିବା ସହ ସାମାଜିକ ଦୂରତ୍ବକୁ ମାନିବାକୁ ଆହ୍ବାନ କରାଯାଇଥିଲା ।