ଆତ୍ମନିର୍ଭରର ଅନନ୍ୟ ଉଦାହରଣ ମନୋଜ, ଘରେ ପହଞ୍ଚାଉଛନ୍ତି ଖାଦ୍ୟ
🎬 Watch Now: Feature Video
ବାଲେଶ୍ବର: ବାଲେଶ୍ଵର ସହରର ମେଘଡମ୍ବୁରୁ ଅଞ୍ଚଳର ମନୋଜ ସାହୁ। ଲକଡାଉନ ବେଳେ ବାହାରୁ ଆସି ବାଲେଶ୍ୱରରେ ଭଡାନେଇ ରହୁଥିବା ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେଉଛନ୍ତି ରନ୍ଧା ଖାଦ୍ୟ। ଏଥିପାଇଁ ସେ ଆରମ୍ଭ କରିଛନ୍ତି ଡବା ସର୍ଭିସ। ସୋସିଆଲ ମିଡିଆ ଜରିଆରେ ମନୋଜ ଲୋକମାନଙ୍କୁ ତାଙ୍କ ସହ ଯୋଡିବା ପରେ ଫୋନରେ ନେଉଛନ୍ତି ଖାଦ୍ୟର ଅର୍ଡର। ଅର୍ଡର ମୁତାବକ ଲୋକଙ୍କ ପାଖରେ ସେ ପହଞ୍ଚାଇ ଦେଉଛନ୍ତି ଖାଦ୍ୟ । ଭାତ, ତରକାରୀ ସାଙ୍ଗକୁ ସେ ଆରମ୍ଭ କରିଛନ୍ତି ବିରିୟାନୀ। ଏଥିପାଇଁ ନିଜ ଘରେ ପରିବାର ସଦସ୍ୟ ଓ କିଛି ଲୋକଙ୍କୁ ପାରିଶ୍ରମିକ ଦେଇ ସେ ଏହି ସର୍ଭିସ ଆରମ୍ଭ କରିଛନ୍ତି। 30 ଟଙ୍କା ପାଖରୁ ମିଲ ଆରମ୍ଭ ହୋଇ 75 ଟଙ୍କା ଯାଏଁ ରହିଛି ।