ଶ୍ରୀକ୍ଷେତ୍ରରେ ମହାଳୟା, ପିଣ୍ଡଦାନ କଲେ ଶ୍ରଦ୍ଧାଳୁ - ମହାଳୟା

🎬 Watch Now: Feature Video

thumbnail

By

Published : Sep 17, 2020, 8:03 PM IST

ପୁରୀ: ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଶ୍ରୀମନ୍ଦିରରେ କୋଭିଡ କଟକଣା ହେତୁ ଶ୍ରଦ୍ଧାଳୁଙ୍କ ପ୍ରବେଶ କଟକଣା ଥିବାରୁ ଶ୍ରୀମନ୍ଦିର ବାହାରେ ଶ୍ରଦ୍ଧାଳୁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି। ତେବେ ପ୍ରତିବର୍ଷ ଶ୍ରୀମନ୍ଦିର ବାଇଶି ପାହାଚରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ହଜାର ହଜାର ଶ୍ରଦ୍ଧାଳୁ ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ବିଶ୍ୱାସ ରହିଛି ମହାଳୟା ତିଥିରେ ବାଇଶ ପାହାଚରେ ପିଣ୍ଡଦାନ କଲେ ପରଲୋକଗତ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ଏହାକୁ ପାଥେୟ କରି ଓଡ଼ିଶା ତଥା ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି। ସୂଚନା ଯୋଗ୍ୟ ମହାଳୟା ବା ମଉଳା ଅମାବାସ୍ୟା ପିତୃପକ୍ଷର ଅନ୍ତିମ ଦିବସ। ଯାହାର ପିତା ଯେଉଁ ଦିବସରେ ମୃତ୍ୟୁବରଣ କରିଥାନ୍ତି ପିତୃପକ୍ଷର ସେହି ତିଥିରେ ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.