ଛତିଶଗଡରେ ପହଁଞ୍ଚିଲେ ପଙ୍ଗପାଳ, ପଶ୍ଚିମ ଓଡ଼ିଶାକୁ ବିପଦ - ଝାରସୁଗୁଡ଼ା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7435955-thumbnail-3x2-pangapala.jpg)
ଝାରସୁଗୁଡ଼ା: ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶ ବାଟଦେଇ ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏମାନେ ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଛତିଶଗଡ଼ କୋରିଆ ଜିଲ୍ଲାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଭରତପୁର ଜଙ୍ଗଲରେ ଏମାନେ ଥିବାବେଳେ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି । ତେବେ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଜଙ୍ଗଲ ପାଖରେ ରହୁଥିବା ଗାଁ ଲୋକେ ଏହି ବିନାଶକାରୀ ପତଙ୍ଗକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ, ବାଜା ବାଜା ଚେଷ୍ଟା ଚଳାଇଛନ୍ତି।