କ'ଣ ରହିଛି ପବିତ୍ର ଅଁଳା ନବମୀର ମାହାତ୍ମ୍ୟ, ଜାଣନ୍ତୁ... - ଅଁଳା ନବମୀ 2021

🎬 Watch Now: Feature Video

thumbnail

By

Published : Nov 12, 2021, 2:58 PM IST

ପୁରୀ: ଆଜି(ଶୁକ୍ରବାର) ହେଉଛି ପବିତ୍ର ଅଁଳା ନବମୀ । ଆଜି ପୁରୀର ସାକ୍ଷୀ ଗୋପାଳରେ ପ୍ରଭୁ ସାକ୍ଷୀଗୋପୀନାଥ ଦେବ ନଟବର ବେଶରେ ବିଭୂଷିତ ହୁଅନ୍ତି । ସେହିପରି ସେଠାରେ ପୂଜା ପାଉଥିବା ଜଗତ ଜନନୀ ମା' ରାଧାଙ୍କୁ ଓଡ଼ିଆଣି ବେଶରେ ସଜ୍ଜିତ କରାଯାଏ । ପବିତ୍ର ଅଁଳା ନବମୀରେ ମା' ରାଧାଙ୍କ ପାଦ ଯୁଗଳ ଦର୍ଶନ କଲେ ମିଳିଥାଏ ଅଶେଷ ପୁଣ୍ୟ । ବିଶ୍ବାସ ଅନୁଯାୟୀ ଅଁଳା ବୃକ୍ଷରେ ପ୍ରଭୁ ଶ୍ରୀକୃଷ୍ଣ ବାସ କରନ୍ତି । ଏଥିପାଇଁ ମହିଳାମାନେ ଘରର ସୁଖ ସମୃଦ୍ଧି ନେଇ ବ୍ରତ ପାଳନ କରି ଅଁଳା ବୃକ୍ଷମୂଳେ ପୂଜାର୍ଚ୍ଚନା କରନ୍ତି । ତେବେ ଅଁଳା ନବମୀର ଆଉ କ'ଣ ମାହାତ୍ମ୍ୟ ରହିଛି ଆସନ୍ତୁ ଜାଣିବା ସାକ୍ଷୀ ଗୋପୀନାଥ ମନ୍ଦିରର ସେବକ ଆଲୋକ କୁମାର ଖୁଣ୍ଟିଆଙ୍କ ଠାରୁ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.