ଆବର୍ଜନାରୁ ଜୈବିକ ଖତ, କିଲୋ ପିଛା 5 ଟଙ୍କାରେ ବିକୁଛି କେନ୍ଦ୍ରାପଡା ପୌରପରିଷଦ - Micro Composing centre

🎬 Watch Now: Feature Video

thumbnail

By

Published : Aug 14, 2020, 1:17 PM IST

କେନ୍ଦ୍ରାପଡା: ଏଣିକି ଘରୁ ବାହାରୁଥିବା ଅଳିଆ, ଆବର୍ଜନା ନଷ୍ଟ ହେବ ନାହିଁ । ଏମିତିକି ଡ଼ମ୍ପିଂୟାର୍ଡକୁ ମଧ୍ୟ ଯିବନାହିଁ । ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି । କାରଣ ବର୍ଜ୍ୟବସ୍ତୁ ସଂଗ୍ରହ କରି ଜୈବ ବିଘଟନ ପ୍ରକ୍ରିୟାରେ ଜୈବିକ ଖତ ତିଆରି କରୁଛି କେନ୍ଦ୍ରାପଡ଼ା ପୌର ପରିଷଦ । କେନ୍ଦ୍ରାପଡ଼ା ପୌର ପରିଷଦ ପକ୍ଷରୁ ତାମିଲନାଡୁ ମଡେଲରେ ଆରମ୍ଭ ହୋଇଛି କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର ବା ଏମସିସି । ସହର ଉପକଣ୍ଠ ହଜାରୀ ବଗିଚା ନିକଟରେ 50ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ସଂଗୃହୀତ ଆବର୍ଜ୍ଜନାରୁ ପ୍ରସ୍ତୁତ ହେବ ଜୈବିକ ଖତ । ଯାହାକି ସାରା ଜିଲ୍ଲାକୁ ଜୈବିକ ଖତ ବା ସାର ଯୋଗାଇବ ବୋଲି ଲକ୍ଷ୍ୟ ରଖିଛି ପ୍ରଶାସନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.