thumbnail

By

Published : May 25, 2021, 9:42 AM IST

ETV Bharat / Videos

ଜଗତସିଂହପୁରରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଚୁଡାନ୍ତ, ଭୟଭୀତ ନହେବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

ଜଗତସିଂହପୁର: ଜିଲ୍ଲାକୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ୟସ’। ପାରାଦ୍ବୀପ ଠାରୁ ମାତ୍ର 4 ସହ 90 କିଲୋମିଟର ଦୂରରେ ରହିଛି ବୟସ ଯାହା ଆସନ୍ତାକାଲି ଓ 26 ତାରିଖରେ ପାରାଦ୍ୱୀପ ଓ କୁଜଙ୍ଗ, ଏରସମା ବାଲିକୁଦା ଅଞ୍ଚଳର ସମୁଦ୍ର କୁଳିଆ ସ୍ଥାନରେ ବିତ୍ପାତ ଆରମ୍ଭ କରିବ। ଏହାର ପ୍ରଭାବରେ ଜିଲାରେ ବର୍ଷା ଆରମ୍ଭ ହୋଇ ସାରିଥିବାବେଳେ ପାରାଦ୍ବୀପ ସମୁଦ୍ର ଉପକୂଳରେ 4ନଂ ବିପଦ ସଙ୍କେତ ଦିଆଯାଇଛି। ଷଣ୍ଢକୂଦ ଓ ତାର ଆଖପାଖ ବସ୍ତି ଅଞ୍ଚଳରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି। ଆଉ କିଛି ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏ ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କଣ କହୁଛନ୍ତି ଆସନ୍ତୁ ଜାଣିବା । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.