ଉଠା ଜଳସେଚନର ରକ୍ଷଣାବେକ୍ଷଣ ଅଭାବ, ଚାଷୀ ମୁଣ୍ଡରେ ବୋଝ

By

Published : Feb 26, 2021, 8:04 PM IST

thumbnail
ସମ୍ବଲପୁର: ଓଡିଶାର କୃଷିଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଜିଲ୍ଲା ମଧ୍ୟରେ ସମ୍ବଲପୁର ଅନ୍ୟତମ । ଏହା ସହିତ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଝାରସୁଗୁଡା ଓ ଦେବଗଡର କେତେକ ଅଞ୍ଚଳରେ ମଧ୍ୟ କୃଷିର ବିକାଶ ହୋଇଥିବା ଦେଖିବାକୁ ମିଳେ । ଏଥିପାଇଁ ହୀରାକୁଦ ଜଳସେଚିତ ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ସ୍ଥାନଗୁଡିକ ପାଇଁ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ରହିଛି ମୁଖ୍ୟ ଅବଦାନ । ତେବେ 1975 ରୁ 1985 ମଧ୍ୟରେ ସ୍ଥାପିତ ହୋଇଥିବା ଏହି ଜଳସେଚନ ପ୍ରକଳ୍ପ ଗୁଡିକ ବର୍ତ୍ତମାନ ସବୁ ସ୍ଥାନରେ ଭଲ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି । ଅଧିକାଂଶ ପ୍ରକଳ୍ପର ପାଇପ, ଯନ୍ତ୍ରାଂଶ ଜରାଜୀର୍ଣ୍ଣ ହୋଇ ପଡିଥିବା ବେଳେ ବିଦ୍ୟୁତ ବିଭ୍ରାଟ ଯୋଗୁଁ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ମଧ୍ୟ ଚାଷୀଙ୍କ ଆବଶ୍ୟକତା ପୂରଣ କରି ପାରୁନଥିବା ଅଭିଯୋଗ ହୋଇଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପାଣି ପଞ୍ଚାୟତ ଉପରେ ଥିବାବେଳେ ସମନ୍ବୟ ଅଭାବ ଓ ଆର୍ଥିକ ଅନଟନ ଭିତରେ ଅନେକ ପ୍ରକଳ୍ପ ଅଚଳ ହୋଇପଡିଛି । ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.