ଆକାଉଣ୍ଟାଣ୍ଟଙ୍କ ଦିଆସିଲି ଖୋଳ ପ୍ରେମ, ସଂଗ୍ରହ କଲେଣି 7 ହଜାରରୁ ଅଧିକ ମ୍ୟାଚବକ୍ସ - ଆକାଉଣ୍ଟାଣ୍ଟ
🎬 Watch Now: Feature Video
ଭୁବନେଶ୍ବର: ନିଆଁ ଯାହା ଆଦିମ କାଳରୁ ଏପର୍ଯ୍ୟନ୍ତ ମଣିଷ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ଆଦିମ ମଣିଷ ଏହାକୁ ପଥରରୁ ପଥର କିମ୍ବା କାଠରୁ କାଠ ଘଷି ନିଆଁ ଉତ୍ପନ୍ନ କରିବା ସହ ନିଜ ଜୀବନ ଅତିବାହିତ କରୁଥିଲେ। ଆଉ ଆଧୁନିକ ମଣିଷ ଏହାକୁ ବିଭିନ୍ନ କଳ କୌଶଳ ମାଧ୍ୟମରେ ଉତ୍ପନ୍ନ କରିବା ସହ ଏହାର ସଂଗ୍ରହ ଓ ସହଜ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଭିନ୍ନ ଉପାୟ ବାହାର କରିଛି। ଆଜିର ଦୁନିଆରେ ଏହା ସାଧାରଣ କଥା ହୋଇ ଯାଇଥିଲେ ମଧ୍ୟ ପରିସ୍ଥିତି ଅନୁସାରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ ।ଅଗ୍ନି ବା ନିଆଁ । ଦୈନନ୍ଦିନ ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ । କାରଣ ରୋଷେଇ ଘରେ ମୁଖ୍ୟ ଭୂମିକା ନିଭାଇଥାଏ ଅଗ୍ନି । ତେବେ ପୂର୍ବ ବା ଆଦିମ ଯୁଗରେ ଏହାକୁ କାଠ ଗଣ୍ଡି ଜଳାଇ ରଖି ସଂଗ୍ରହ କରାଯାଉଥିଲା । ପରେ ପରେ ସମୟ ବଦଳିବା ସହ ବଦଳିଲା ଏହାର ବ୍ୟବହାର କରିବାର ପ୍ରଣାଳୀ । ବାରୁଦ ସଂଯୋଗ ଛୋଟ କାଠି ଦ୍ବାରା ଆସିଲା ଦିଆସିଲି ବାକ୍ସ ବା ମ୍ୟାଚ ବକ୍ସ । ହେଲେ ଏହାର ବ୍ୟବହାର ପରେ ପ୍ରାୟତଃ ଏହାକୁ ଅଦରକାରୀ ଭାବି ସମସ୍ତେ ଫିଙ୍ଗି ଦିଅନ୍ତି । ହେଲେ ଏମିତି ଜଣେ ମଣିଷ ଯିଏ ମ୍ୟାଚବକ୍ସ ସାଇତା ରଖିବା ନିଜର ଗୋଟିଏ ନିଶା ବୋଲି ମନେ କରନ୍ତି । ଆଉ ସେ ହେଉଛନ୍ତି ଭୁବନେଶ୍ବର ନୟାପଲ୍ଲୀ ନିବାସୀ ତରଣୀସେନ ପଟ୍ଟନାୟକ ।