ବିଜେପି ଯେଉଁ ଆଦେଶ ମୋତେ ଦେବ ତାହା ଶିରଧାର୍ଯ୍ୟ : ଅପରାଜିତା
🎬 Watch Now: Feature Video
ବିଜେପି ଯେଉଁ ଆଦେଶ ମୋତେ ଦେବ ତାହା ଶିରୋଧାର୍ଯ୍ୟ । ମୁଁ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ। ଦୀର୍ଘ ଅଢେଇ ବର୍ଷ ହେବ ମୁଁ ସାଂସଦ ହୋଇଛି । ତାହା ମୋର ସୌଭାଗ୍ୟ । ସମସ୍ତଙ୍କ ଆଶୀର୍ବାଦ ପାଇଛି। ସବୁଠାରୁ ବଡ କଥା ହେଲା ଏହି ଅଢେଇ ବର୍ଷ ଭିତରେ ମୋତେ ଏକ ଗୁରୁଦାୟିତ୍ବ ଦିଆଯାଇଛି । ତାହା ହେଉଛି ରାଷ୍ଟ୍ରୀୟ ପ୍ରବକ୍ତା । ଗମ୍ଭୀରତା ସହିତ ଦାୟିତ୍ଵ ତୁଲାଇବା ପାଇଁ ମୁଁ ଚେଷ୍ଟା କରିବି । ଏହା କହିଛନ୍ତି ପ୍ରଶାସନିକ ଅଧିକାରୀରୁ ରାଜନୀତିକୁ ଓହ୍ଲାଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।