ବାଲୁକା କଳାରେ ଓଡିଆ ନବବର୍ଷର ଶୁଭେଚ୍ଛା

By

Published : Apr 14, 2021, 8:57 AM IST

thumbnail
ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡିଶାବାସୀ ଓଡିଆ ନବ ବର୍ଷ ଭାବେ ପାଳନ କରନ୍ତି । ଏହି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ଓଡିଶାବାସୀଙ୍କୁ ଓଡିଆ ନବ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପୁରୀର ଲାଇଟ ହାଉସ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳାରେ ମହାବୀର ହନୁମାନଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ଶୁଭେଚ୍ଛା ଦେଇଛନ୍ତି । ଏଥିରେ 15ଟନ ବାଲି ବ୍ୟବହାର କରାଯାଇ ଉଚ୍ଚତା 15 ଫୁଟ ଉଚ୍ଚ ବିଶିଷ୍ଟ ମହାବୀର ହନୁମାନଙ୍କ ପ୍ରତିକୃତି ବାଲୁକାକଳା ପ୍ରସ୍ତୁତ କରାଯାଇଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.