ନୂଆବର୍ଷରେ ଭିଡ଼ ଆଶଙ୍କା, ପୁରୀ ମନ୍ଦିର-ବିଚ୍ରେ ଲାଗିଲା କଟକଣା - ନୂଆବର୍ଷରେ ଭିଡ଼ ଆଶଙ୍କା ପୁରୀରେ କଟକଣା
🎬 Watch Now: Feature Video
ପୁରୀ: ଜିଲ୍ଲାରେ ନୂଆ ବର୍ଷ ଲାଗି ଭକ୍ତ ଓ ପର୍ଯ୍ୟଟକ ଭିଡ଼ ଆଶଙ୍କା କରାଯାଇଛି । ଏଥିଲାଗି ଜିଲ୍ଲାର ସମସ୍ତ ପ୍ରମୁଖ ମନ୍ଦିର ଓ ସମୁଦ୍ରକୂଳରେ ଲୋକ ଉପସ୍ଥିତି ନେଇ ଲାଗିଛି କଟକଣା । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଜମିପାରେ । ଅତ୍ୟଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ କୋଭିଡ କଟକଣା ଦ୍ରୁଷ୍ଟିରୁ ଡିସେମ୍ବର 31, ଜାନୁଆରୀ 1 ଓ 2 ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ସେହିପରି ଜିଲ୍ଲାର ବିଭିନ୍ନ ଦେବାଦେବୀ ମନ୍ଦିର ମଧ୍ୟ ଶ୍ରୀମନ୍ଦିର ଭଳି ଲୋକଙ୍କ ଗହଳି ନ ହେବା ପାଇଁ କଟକଣା ଲାଗୁ ପାଇଁ ତହସିଲଦାରଙ୍କୁ କୁହାଯାଇଛି । ଅନ୍ୟପଟେ ସମୁଦ୍ର କୂଳରେ ଯେଭଳି ପର୍ଯ୍ୟଟକଙ୍କ ଭିଡ଼ ନ ହୁଏ ସେ ନେଇ ସ୍ବତନ୍ତ୍ର ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ