ଗଣେଶ ପୂଜା: ହଳଦୀ, ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁରେ ଶିଳ୍ପୀ ଈଶ୍ବରଙ୍କ ସୂକ୍ଷ୍ମ କଳାକୃତି - ଶିଳ୍ପୀ ଏଲ ଈଶ୍ବର ରାଓ
🎬 Watch Now: Feature Video
ଖୋର୍ଦ୍ଧା: ସବୁବେଳେ କିଛି ନୂଆ କରିବାର ଆଗ୍ରହ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ସୂକ୍ଷ୍ମ ଶିଳ୍ପୀ ଭାବେ ସାରା ଦେଶରେ ସେ ବେଶ ପରିଚିତ । ଖୋର୍ଦ୍ଧା ଜଟଣୀ ସହରର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ବର ରାଓ । ଚଳିତ ବର୍ଷ କୋରୋନା କଟକଣା ପାଇଁ ରାଜ୍ୟ ସରକାର ଛୋଟ ଉଚ୍ଚତାର ଗଣେଶ ମୂର୍ତ୍ତି ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟରେ ରଖି ଈଶ୍ବର ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁକୁ ନେଇ ୧ ସେଣ୍ଟିମିଟର ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଈଶ୍ବରଙ୍କୁ ୩ ଦିନ ସମୟ ଲାଗିଥିବା ସେ କହିଛନ୍ତି । ସେହିପରି ହଳଦୀ ଖଣ୍ଡରେ ୨ ଦିନରେ ୧ ଇଞ୍ଚ ଉଚ୍ଚତାର ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସେ । ଶିଳ୍ପୀ ଈଶ୍ବର ସଭିଙ୍କୁ ତାଙ୍କ କଳା ମାଧ୍ୟମରେ ଗଣେଶ ପୂଜାର ଶୁଭକାମନା ଜଣାଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ