ବିପୁଳ ପରିମାଣର ବାରହା ମାଂସ ଓ ମାରଣାସ୍ତ୍ର ଜବତ - ସୋରରୁ ବାର୍ହା ମାଂସ ଜବତ
🎬 Watch Now: Feature Video

ବାଲେଶ୍ଵର: ଜିଲ୍ଲା ସୋରରୁ ବିପୁଳ ବାରହା ମାଂସ ଓ ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି । ସୋର ଥାନା ଅଧିନ ପଶ୍ଚିମା ପାହାଡ଼ ବାଘ ଆମ୍ପୁଡ଼ା ଗ୍ରାମରୁ 30 କେଜି ବାରହା ମାଂସ ଓ ମାରଣାସ୍ତ୍ର ଜବତ କରିଛି ଖୁଣ୍ଟା ପାଟଣା ବନ ବିଭାଗ । ଶିକାରୀମାନେ ଫେରାର ହୋଇଯାଇଥିବାବେଳେ ବନ ବିଭାଗ କର୍ମଚାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ମାଂସ ଓ ହତିଆର ଜବତ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ