ଭାରତୀୟ ଯବାନଙ୍କ ପରାକ୍ରମ ଦେଖି କାନ୍ଦୁଛନ୍ତି ଚୀନ ସୈନିକ ! - ଚୀନ ସୈନିକ
🎬 Watch Now: Feature Video

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ସୀମା ବିବାଦ । ଭାରତୀୟ ଯବାନଙ୍କ ପରାକ୍ରମ ଦେଖି ଚୀନ ସୈନିକଙ୍କ ଛାତିରେ ପଶିଛି ଛନକା । ଭାରତ ସହ ଲଢିବାକୁ ସୀମାକୁ ଆସୁଥିବା ଚୀନ ସୈନିକଙ୍କ ଛାତିରେ ଭୟ ଥିବାବେଳେ ଆଖିରୁ ଝରୁଛି ଲୁହ । ତେବେ ଚୀନ ସୈନିକମାନେ କାନ୍ଦୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନ୍ ସୈନିକମାନେ ଭାରତ ସହ ବିବାଦୀୟ ସୀମାକୁ ଯିବାବେଳେ କାନ୍ଦୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଚୀନର ଯବାନମାନେ ନିଜ ଦେଶର 'ସାମରିକ ଗୀତ' ଗାନ କରି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।