80 ବର୍ଷର ପରମ୍ପରା ରାହାସ କୁଞ୍ଜ, କମ୍ପୁଛି ହରିପୁର - famous haripur rahasa yatra
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5101629-thumbnail-3x2-kunja.jpg)
ଯାଜପୁର: ଆରମ୍ଭ ହୋଇଛି ଯାଜପୁର ହରିପୁରର ପ୍ରସିଦ୍ଧ ରାହାସ ଯାତ୍ରା । ଏହି ରାହାସ ଯାତ୍ରାର ମୁଖ୍ୟ ଆକର୍ଷଣ ହେଲା ରାହାସ କୁଞ୍ଜ । ଯାହା ରାହାସ ପୂର୍ଣ୍ଣମୀ ଠାରୁ ହିଁ ଆରମ୍ଭ ହୋଇଥାଏ । ହରିପୁରର ରାହାସ ବିହାରୀ ମଠ ଓ ବୃନ୍ଦାବନ ଚନ୍ଦ୍ର ମଠ ଏବଂ ନରସିଂହପୁରର ଠାକୁର ଦାସ ମଠରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାଳିତ ହୋଇଛି କୁଞ୍ଜ ମହୋତ୍ସବ । ସେହିପରି ଗୋପୀନାଥପୁର ଡିହସାହିରେ ଆୟୋଜିତ ବହୁ ପୁରାତନ କୁଞ୍ଜଉତ୍ସବ । କୁଞ୍ଜ ସାଜସଜାରେ ଗୋପୀନାଥପୁର ମନ୍ଦିରର ଅନେକ କିଛି ସ୍ବତନ୍ତ୍ରତା ରହିଛି ।