thumbnail

ଲୋକଙ୍କ ଜୀବନ ସହ ଖେଳୁଛି ନେସ୍କୋ: ଡେଥ୍ ପଏଣ୍ଟ ପାଲଟିଛି ଯାଜପୁର ସହର

By

Published : Jul 18, 2020, 6:03 PM IST

ଯାଜପୁର: ଲୋକଙ୍କ ଜୀବନ ସହ ଖେଳୁଛି ବିଦ୍ୟୁତ୍ ବିଭାଗ । ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ସହ ଆମ୍ନାସାମ୍ନା ହେଉଛନ୍ତି ସହରବାସୀ । କାରଣ, ଯାଜପୁର ରୋଡ ସହରାଂଚଳରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ସହରରେ ଥିବା 90 ପ୍ରତିଶତ ବିଦ୍ୟୁତ୍ ଟ୍ରନ୍ସଫର୍ମରରେ ନାହିଁ ସୁରକ୍ଷା ବାଡ । କେଉଁଠି ହାତ ପାହାନ୍ତାରେ ତ ଆଉ କେଉଁଠି ତଳେ ଲାଗିଛି ଟ୍ରାନ୍ସଫର୍ମର । ଖୋଲା ପଡିଛି ଫ୍ୟୁଜ୍ ବକ୍ସ, ଲଟକି ରହିଛି ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ ତାର । ଏଥିସହ ଅନେକ ସ୍ଥାନରେ ସର୍ଭିସ୍ ଖୁଣ୍ଟରେ ମଧ୍ୟ ଲାଗିଛି ହେଭି ଟ୍ରାନ୍ସଫର୍ମର । ଯାହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ମୁଖ୍ୟ ରାସ୍ତା ହେଉ ଅବା ଜନଗହଳିପୁର୍ଣ୍ଣ ଛକ ବଜାର, ସବୁଠି ସମାନ ଅବସ୍ଥା । ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବା ବେଳେ ଏଥିପ୍ରତି ଆଖି ବୁଜି ଦେଇଛି ବିଭାଗ । ଦେଖନ୍ତି ଆମର ଏହି ସ୍ପେଶାଲ ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.