thumbnail

By

Published : Sep 3, 2020, 9:50 PM IST

ETV Bharat / Videos

ବନ୍ୟାଞ୍ଚଳ ପରିଦର୍ଶନବେଳେ ଅଳ୍ପକେ ରକ୍ଷା ପାଇଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବ୍ରିଜରେ ଆଘାତ ପାଇବା ପୂର୍ବରୁ ଅଳ୍ପକେ ବର୍ତ୍ତିଲେ ଗଣଶିକ୍ଷା ମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ କରୁଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବିପଦପୂର୍ଣ୍ଣ ଯାତ୍ରା। ନିଜ ଅଞ୍ଚଳ ନିମାପଡାର ବନ୍ୟା ସ୍ଥିତି ପରିଦର୍ଶନରେ ଯାଇଥିବାବେଳେ ଧନୁଆ ନଦୀ ବ୍ରିଜ ଆସିଥିଲା। ମାତ୍ର ଏନଡିଆରଏଫ ଟିମ ଓ ଗଣଶିକ୍ଷା ମନ୍ତ୍ରୀ ବସିଥିବା ଏକ ବୋଟ ପାଣିର ସ୍ରୋତରେ ମଧ୍ୟ ଅଧିକ ଥିଲା । ତେବେ ହଠାତ୍ ସାମ୍ନାରେ ଆସୁଥିବା ବ୍ରିଜ ଦେଖି ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତେ ବୋଟରେ ଶୋଇପଡ଼ିଥିଲେ। ଫଳରେ ଅଳ୍ପକେ ଏକ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.