କୋରୋନା କଟକଣା ସହ କୋଣାର୍କରେ ହେବ ଇକୋ ରିଟ୍ରିଟ, ସଜବାଜ ଆରମ୍ଭ - puri beach festival

🎬 Watch Now: Feature Video

thumbnail

By

Published : Nov 4, 2020, 11:10 AM IST

ପୁରୀ: କୋରୋନା ମହାମାରୀ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇକୋ ରିଟ୍ରିଟର ମଜା ନେବେ ପର୍ଯ୍ୟଟକ । କୋରୋନା କଟକଣା ମଧ୍ୟରେ ଚନ୍ଦ୍ରଭାଗା ମୁହାଣରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌ । ପର୍ଯ୍ୟଟକଙ୍କ ଖୁସିକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ଏଥର ତିନି ମାସ ପର୍ଯ୍ୟନ୍ତ ଚାଲିବ ଇକୋ ରିଟ୍ରିଟ ଫେଷ୍ଟିଭାଲ । ଏହାପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପର୍ଯ୍ୟଟନ ସଚିବ ସଚିନ ଆର. ଯାଦବ ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ଏନେଇ ପର୍ଯ୍ୟଟନ ସଚିବ କହିଛନ୍ତି କି, ପୁରୀ କୋଣାର୍କ ପର୍ଯ୍ୟଟନ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଦୃଷ୍ଟିରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କୋଣାର୍କ ସମେତ 4 ଅନ୍ୟ ସ୍ଥାନରେ ଚଳିତ ବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଚଳିତ ବର୍ଷ ଇକୋ ରିଟ୍ରିଟ ଆୟୋଜନ ହେବ । ଚଳିତ ବର୍ଷ ଅଧିକ ପର୍ଯ୍ୟଟକ ଆସିବେ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.