ଘରୋଇ ହିଂସାର ବଢୁଛି ଅଭିଯୋଗ, କୋରୋନା ପାଇଁ କମୁଛି ରିପୋର୍ଟ

🎬 Watch Now: Feature Video

thumbnail

By

Published : Aug 19, 2020, 1:51 PM IST

ଭୁବନେଶ୍ବର: ମହାମାରୀର ପ୍ରାଦୁର୍ଭାବ ରୋକିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରେ ଦେଶକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ଘୋଷଣା କରିଥିଲେ । ଯାହା ଫଳରେ ଜୀବନ ଜୀବିକା ଠପ ହୋଇପଡିଲା । ସ୍କୁଲରେ ତାଲା, ଘରୋଇ ସଂସ୍ଥାରେ ତାଲା, ସରକାରୀ ଅଫିସରେ ବି ତାଲା । ଫଳରେ ଘରୋଇ ହିଂସା ବଢିବାରେ ଲାଗିଲା । ତେବେ ଏନେଇ ଅଭିଯୋଗ ବଢିଥିଲେ ମଧ୍ୟ ଲକଡାଉନ ପାଇଁ ରିପୋର୍ଟରେ ତାହା ଉଲ୍ଲେଖ ନାହିଁ । ବଢୁଛି ଘରୋଇ ହିଂସା । ଲକଡାଉନ ପାଇଁ ଉପୁଜୁଛି ସମସ୍ୟା । ଘର ଭିତରେ ପରିବାର ମଧ୍ୟରେ ଝଗଡା, ମନ ମାଳିନ୍ୟ, ମତାନ୍ତର । ସ୍ବାମୀ ସ୍ତ୍ରୀ ମଧ୍ୟରେ ଫାଟ । ବିବାହର ପ୍ରତିଶ୍ରୁତି ଦେଇ ଲିଭଇନରେ ଧୋକା । ଏପରିକି ଅର୍ଥନୈତିକ ସମସ୍ୟା, ପାରିବାରିକ ବିବାଦ, ଜମିବାଡି ଝଗଡା ଭଳି ଆସୁଛି ଅନେକ ସଙ୍ଗୀନ ଅଭିଯୋଗ । ହେଲେ ଲକଡାଉନ ପାଇଁ ଫାଇଲ ହୋଇପାରୁନି ଅନେକ ରିପୋର୍ଟ । ଗତ ଲକଡାଉନ ପିରିୟଡ ମଧ୍ୟରେ ରାଜଧାନୀର 21 ଥାନା ଅଞ୍ଚଳ ମାନଙ୍କରେ ଫୋନକଲ ସହ ସିଧସଳଖ ଅଭିଯୋଗ ଆସୁଛି । ହେଲେ ଅନେକ ଅଭିଯୋଗ 'ମାଧ୍ୟମ' କାଉନସେଲିଂ ଜରିଆରେ ହୋଇଯାଉଛି ଫଇସଲା । ଗତ ଜାନୁଆରୀ ରୁ ଏଯାବତ ପାଖାପାଖି 127ଟି କେସର ଫଇସଲା କରିଛି 'ମାଧ୍ୟମ' । ଯାହା କମିଶନରେଟ ପୋଲିସର ଘରୋଇ ହିଂସା ଅଭିଯୋଗର କାଉନସେଲିଂ ସେଣ୍ଟର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.