ଓଡିଶାରେ 3 ବଦଳରେ 5 ବିମାନବନ୍ଦରକୁ ଉଡାଣ ଅନ୍ତର୍ଭୁକ୍ତ ପାଇଁ ଦାବି - ଓଡିଶା ସିଭିଲ ସୋସାଇଟି
🎬 Watch Now: Feature Video
ଭୁବନେଶ୍ବର: ବେସାମରିକ ବିମାନ ଚଳାଚଳ କରିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ଓଡିଶାରେ 3ଟି କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ସିଭିଲ ସୋସାଇଟି ପକ୍ଷରୁ ଓଡ଼ିଶାରେ 5ଟି ବିମାନବନ୍ଦର ପ୍ରସ୍ତାବ ପାଇଁ ଦାବି କରାଯାଇଛି । ଓଡିଶାରେ ବିମାନ ଚଳାଚଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ 23ଟି ଅଣସଂରକ୍ଷିତ ବେସରକାରୀ ବିମାନବନ୍ଦର ଓ ଏୟାରଷ୍ଟ୍ରିପ୍ ରହିଛି । 2020-21 ବର୍ଷ ପାଇଁ କେନ୍ଦ୍ର ସରକାର ଉଡାଣ ଯୋଜନାରେ 2024 ସୁଦ୍ଧା ଦେଶରରେ 100ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବ । ଏଥିରେ ଓଡ଼ିଶାରେ ମାତ୍ର 3ଟି ବିମାନବନ୍ଦର ରହିଛି । ଯେଉଁଥିପାଇଁ ରାଜ୍ୟରେ 5ଟି ଏୟାରପୋର୍ଟ କାର୍ଯ୍ୟକ୍ଷମ କରାଯିବାକୁ ଦାବି କରୁଛି ଓଡିଶା ସିଭିଲ ସୋସାଇଟି ।