ଜମିରେ ସଢୁଛି ପାହାଡି ସପୁରୀ, ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଡଙ୍ଗରିଆ ଚାଷୀ

By

Published : Sep 21, 2020, 5:11 PM IST

thumbnail

ରାୟଗଡା: ଲକଡାଉନରେ ରାୟଗଡା ସପୁରୀ ଚାଷୀଙ୍କ ଅଭାବୀ ବିକ୍ରି । ଉତ୍ପାଦନର ଉଚିତ ମୂଲ୍ୟ ନପାଇ ହତାଶ ହୋଇ ପଡିଛନ୍ତି ଚାଷୀ । ବିଷମ କଟକ ବ୍ଲକ ନିୟମଗିରି ପାହାଡି ଅଞ୍ଚଳରେ ସପୁରୀ ଚାଷ କରୁଥିବା ଡଙ୍ଗର ଜନଜାତିଙ୍କୁ ଏଥର ସହିବାକୁ ପଡିଛି ଲକ୍ଷାଧିକ ଟଙ୍କାର କ୍ଷତି। ବଜାରର ସୁବିଧା ଓ ଗୋଦାମ ଅଭାବରୁ ଶାଗ ମାଛ ଦରରେ ବିକ୍ରି ହେଉଛି ସୁଆଦିଆ ସପୁରୀ । ସପୁରୀ ଚାଷ ପାଇଁ ବେଶ ଅନୁକୂଳ ନିୟମଗିରି ପାର୍ବତ୍ୟାଞ୍ଚଳ । ଏଠାରେ ବାର୍ଷିକ 18 ହଜାରରୁ ଅଧିକ ମେଟ୍ରିକ ଟନ ସପୁର ଉତ୍ପାଦନ ହୋଇଥାଏ। ଚଳିତ ବର୍ଷ ଭଲ ଚାଷ ହୋଇଥିଲା। ଡଙ୍ଗରିଆ ଆଶା କରୁଥିଲେ ଏଥର ଦୁଇ ପଇସା ଲାଭ କରିବେ । ହେଲେ ଫସଲ ବେଳକୁ ଜମିରେ ପଡିରହିଛି ଫଳ । କୋରୋନା ଲକଡାଉନ କାରଣରୁ ବନ୍ଦ ରହିଲା ଗାଡିମୋଟର, ଦୋକାନବଜାର । ଫଳରେ ବଜାରକୁ ଫଳ ଆସି ନ ପାରି ସଢୁଛି ସପୁରୀ । ଅନ୍ୟପଟେ, ସୁସ୍ବାଦ ସପୁରୀକୁ ଶାଗମାଛ ଦରରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି ଡଙ୍ଗରିଆ ଜନଜାତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.