କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ, 2 ରୁ 8 ଡିଗ୍ରୀ ତାପମାତ୍ରାରେ ରଖିହେବ - କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ
🎬 Watch Now: Feature Video
ଭୁବନେଶ୍ବର: ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଅନ୍ୟ ଟୀକା ଭଳି 2 ରୁ 8 ଡିଗ୍ରି ତାପମାତ୍ରା ରେ ସଂରକ୍ଷଣ କରି ରଖି ହେବ । ତେଣୁ ଭାରତର ସ୍ଥିତିକୁ ଦେଖିଲେ ଏହି ଟୀକା ବ୍ୟବହାର ହୋଇପାରିବ । ଅନ୍ୟ ଦେଶରେ ତିଆରି ହୋଇଥିବା ଟୀକା ଗୁଡିକ ଆମଦାନୀ ହେଲେ ତାହାକୁ ସଂରକ୍ଷଣ କରିବାରେ କଷ୍ଟକର ହୋଇପଡିବ । କାରଣ ଶିଶୁମାନଙ୍କୁ ଦିଆଯାଉଥିବା ଟୀକା ଗୁଡିକୁ ରଖିବା ପାଇଁ ଅବଶ୍ୟାକୀୟ କୋଲଡ଼ ଚେନର ବ୍ୟବସ୍ତା ନାହିଁ । ଏପଟେ 5 ପ୍ରତିଶତ ଜନସଂଖ୍ୟା ପାଇଁ କୋଲଡ଼ ଚେନ ଯଥେଷ୍ଟ ପରିମାଣରେ ନାହିଁ । କୋଭାକ୍ସିନ ଟୀକା ପାଇଁ ବୃହତ ପରିମାଣରେ କୋଲଡ଼ ଚେନର ଆବଶ୍ୟକତା ରହିଛି । ତେଣୁ ବିଦେଶରୁ ଆସିବାକୁ ଥିବା ଟୀକାର ମାଇନସ 70 ଡିଗ୍ରୀ ରେ ଭ୍ୟାକ୍ସିନ ରଖିବା ଆମ ପାଇଁ ଅସୁବିଧା ହୋଇପାରେ ।