thumbnail

ବ୍ରହ୍ମପୁରରେ ଆରମ୍ଭ ହେଲା ଫିଭର କ୍ଲିନିକ

By

Published : Jul 14, 2020, 2:40 PM IST

ବ୍ରହ୍ମପୁର: କୋଭିଡ ଲକ୍ଷଣର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ 8 ଟି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଫିଭର୍ କ୍ଲିନିକ । ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରୋନାର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଏଭଳି ସ୍ଥିତିରେ ସହରରେ ଜ୍ବର, କାଶ ଓ ଥଣ୍ଡା ହେଉଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ସହରରେ ରହିଥିବା ଆଠ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ଏଥିରେ ଅଭିଜ୍ଞତା ସମ୍ପୂର୍ଣ୍ଣ ଚିକିତ୍ସକମାନେ ରହିଥିବାବେଳେ ଜନସାଧାରଣ ପ୍ରତ୍ୟେକ ଦିନ ସକାଳ 8 ଠାରୁ ଦିନ 12 ଯାଏଁ ଏହାର ସୁବିଧା ନେବା ପାଇଁ ଆହ୍ବାନ କରାଯାଇଛି । ସହରର ଆସ୍କା ରୋଡସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଆଗାସାହି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ବୈକୁଣ୍ଠନଗର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୁଡସସେଡ୍ ରୋଡ ସହରାଞ୍ଚଳ, ଖୋଡାସିଙ୍ଗି ସହରାଞ୍ଚଳ, ଆମ୍ବପୁଆ ସହରାଞ୍ଚଳ, ଉତ୍ତରାମୁଖୀ ସହରାଞ୍ଚଳ ଏବଂ ସହରର ଏସ୍.ଏଣ୍ଟ.ଟି ରୋଡରେ ରହିଥିବା ରେଡକ୍ରସ୍ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.