ଭୁବନେଶ୍ବର ମହାନଗର ନିଗମରେ କେମିତି ରହିଛି କୋରୋନା କଟକଣା, ଦେଖନ୍ତୁ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ମହାମାରୀ କୋରୋନାର ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ସମେତ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାକୁ 17 ତାରିଖ ରାତି 9ଟାରୁ 31 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ରାଜଧାନୀ ଭୁବନେଶ୍ବର ଖୋର୍ଦ୍ଧା ଜିଲ୍ଲା ଅଧୀନରେ ଆସୁଥିବାରୁ ଏଠାରେ ଲକଡାଉନ ବଳବତ୍ତର ରହିବ କି ନା ସେ ନେଇ ଅନେକ ଦ୍ବନ୍ଦ ରହିଥିଲା । ହେଲେ ଭୁବନେଶ୍ବରେ ବିଗୁଡୁଥିବା କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ କୋରୋନା ସ୍ଥିତି ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ ଗୁରୁବାର ରାତିରେ ସ୍ପଷ୍ଟୀକରଣ କରାଯାଇଛି । ତେବେ ସ୍ମାର୍ଟସିଟିରେ କେମିତି ରହିଛି କଟକଣା ସେ ନେଇ ଅଧିକ ସୂଚନା ଦେଇଛନ୍ତି ଭୁବନେଶ୍ବରରୁ ଆମ ସମ୍ବାଦଦାତା ସଞ୍ଜୀବ ରାୟ ।