କୋରୋନା କଟକଣା ମାନି ଘରେ 'ଇଦ' ନମାଜ ପାଠ - ଖୋର୍ଦ୍ଧା ଜିଲ୍ଲା
🎬 Watch Now: Feature Video
ଖୋର୍ଦ୍ଧା: ଆଜି ହେଉଛି ମୁସଲମାନ ଧର୍ମର ବଡ ପର୍ବ ଇଦ ଉଲ ଫିତର । କିନ୍ତୁ କୋରୋନା ମହାମାରୀ ପାଇଁ ଖୋର୍ଦ୍ଧାରେ ଏହି ପର୍ବ ଫିକା ପଡିଥିବା ଦେଖିବାକୁ ମିଳିଛି । କୋରୋନା ପାଇଁ ଚଳିତ ରମଜାନ ମାସରେ ସାମୁହିକ ନମାଜ ପାଠ ନକରିବା ପାଇଁ ପ୍ରଶାସନ ବାରଣ କରିଥିବାରୁ ମୁସଲମାନ ଭାଇଭଉଣୀ ମାନେ ନିଜ ନିଜ ଘରେ ନମାଜ ପାଠ କରୁଛନ୍ତି । ସେହିପରି ଏହି ପର୍ବକୁ ସବୁ ବର୍ଷ ଭଳି ଧୁମଧାମରେ ପାଳନ ନକରି ନିରାଡ଼ମ୍ବର ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଏହି କୋରୋନା ମହାମାରୀ କିପରି ବିଶ୍ଵରୁ ଦୂର ହେବ ସେନେଇ ଆଲ୍ହାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁସଲମାନ ଭାଇଭଉଣୀ । ତେବେ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି .. ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ