ରାଜ୍ୟରେ ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା, ଅଗଷ୍ଟରେ ସର୍ବାଧିକ ମୃତ୍ୟୁ

By

Published : Aug 17, 2020, 4:36 PM IST

thumbnail
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତାହା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସମୁଦାୟ ମୃତକଙ୍କ ସଂଖ୍ୟା 353ରେ ପହଞ୍ଚିଛି । ବିଶେଷ କରି ଅଗଷ୍ଟମାସରେ ଅଧିକ ସଂଖ୍ୟକ ମୃତ୍ୟୁ ହେଉଛି । ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରଥମ କୋରୋନା ମୃତ୍ୟୁ ଏପ୍ରିଲ 6 ତାରିଖରେ ହୋଇଥିଲା । ଏପ୍ରିଲ ମାସରେ ମାତ୍ର ଜଣଙ୍କର ମୁଣ୍ଡ ନେଇଥିବା କୋରୋନା ମେ’ ରେ 6, ଜୁନ୍‌ରେ 18 ଓ ଜୁଲାଇରେ 153  ଜଣଙ୍କ ଜୀବନ ନେଇଛି । ସେହିପରି ଅଗଷ୍ଟମାସରେ ଅଦ୍ୟାବଧି 175ଜଣଙ୍କ ଜୀବନ ନେଇସାରିଲାଣି କୋରୋନା । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକମାନଙ୍କ ମୃତ୍ୟୁ ହେଉଛି । ମଧୁମେହ, ବ୍ଲଡପ୍ରେସର, କିଡନୀ ଜନିତ ରୋଗ ଓ ଅନ୍ୟରୋଗ ପାଇଁ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବା ଏମାନଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.