ETV Bharat / state

ଅଦାଲତ ଅବମାନନା ମାମଲାର ତଦାରଖ କରିବ କମିଟି, କୋର୍ଟକୁ ଅବଗତ କଲେ ରାଜ୍ୟ ସରକାର - GOVERNMENT CONSTITUTED COMMITTEE

ଅଦାଲତ ଅବମାନନା ମାମଲାର ତଦାରଖ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରହିବେ ୯ ଜଣ ସଦସ୍ୟ

STATE GOVERNMENT AFFITIVITY IN HC
STATE GOVERNMENT AFFITIVITY IN HC (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 7:39 PM IST

କଟକ: ଅଦାଲତ ଅବମାନନା ମାମଲା ଗୁଡ଼ିକର ତଦାରଖ କରିବ କମିଟି । ଏନେଇ ଉନ୍ନୟନ କମିଶନରଙ୍କ ଅଧକ୍ଷତାରେ ୯ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଙ୍ଗକୁ ନିରୀକ୍ଷଣ କରିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏଭଳି କମିଟି ଗଠନ ସଂପର୍କରେ ଗତ ଜାନୁଆରୀ ୬ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ବାବଦରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର ।

ଅଦାଲତ ଅବମାନନା ମାମଲାର ତଦାରଖ:

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଗୃହ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଆଇନ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ରଖାଯାଇଛି । ତେବେ ମୁଖ୍ୟ ସଚିବଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିବା ସହିତ କୋର୍ଟରେ ଅଯଥା ଅଦାଲତ ଅବମାନନା ମାମଲା ଦାୟର ପ୍ରସଙ୍ଗ ଏଡ଼ାଇବା ପାଇଁ ସଂପୃକ୍ତ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଅଦାଲତ ଆଶା ପ୍ରକଟ କରିଛନ୍ତି ।

କାହିଁକି କମିଟିର ଆବଶ୍ୟକତା !

କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢ଼ିଚାଲିଛି । ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ । ତେବେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

ଏହାମଧ୍ୟ ପଢନ୍ତୁ...

ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର

ହାଇକୋର୍ଟ ରାୟ: ୨୦୨୫ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ସବୁ ପୋଲିସ ଥାନାରେ CCTV କ୍ୟାମେରା, SOP ଅନୁପାଳନ

ପୂରଣ ହେବ ବଳକା ୬୩୦୦ କନିଷ୍ଠ ଶିକ୍ଷକ ପଦବୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତଳ କୋର୍ଟଙ୍କ ରାୟକୁ କରାଯାଇଥିଲା ଚ୍ୟାଲେଞ୍ଜ

ପୂର୍ବରୁ ନିର୍ଦ୍ଧାରିତ ସମୟସୀମା ଭିତରେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଓ ଏ ସଂପର୍କିତ ଅଗ୍ରଗତି ରିପୋର୍ଟ ପ୍ରତି ସୋମବାର ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ସବୁ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, କମିସନର ତଥା ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଗତ ୨୦୨୩, ଅକ୍ଟୋବର ୧୧ରେ ଏକ ଓଏଲ୍‌ଆର୍ ମାମଲାର ଫଇସଲା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଅନେକ କ୍ଷେତ୍ରରେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନଥିବାରୁ ଅଦାଲତ ଅବମାନନା ମାମଲା ରୁଜୁ ହେଉଛି । ହାଇକୋର୍ଟ ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.