ETV Bharat / state

ମଣପୁରମ ଲୁଟ ପଛରେ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗ - SAMBALPUR MANAPURAM LOOT CASE

ସମ୍ବଲପୁର ସୁନା ଡକାୟତି ମାମଲା । ଅନ୍ତଃରାଜ୍ୟ ସୁନା ଲୁଟେରା ସୁବୋଧ ସିଂ ଗ୍ୟାଙ୍ଗର ଲିଙ୍କ ଥିବା ନେଇ ପୋଲିସ ସୂଚନା । ବିହାର ପୋଲିସ ସହ ଯୋଗାଯୋଗରେ ସମ୍ବଲପୁର ପୋଲିସ ।

Sambalpur Manapuram finance limited gold robbery case
Sambalpur Manapuram finance limited gold robbery case (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 6:50 PM IST

ସମ୍ବଲପୁର: ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ସ୍ଥିତ ମଣପୁରମ ଫାଇନାନ୍ସ ଲିମିଟେଡ଼ରୁ ଚୋରି ଘଟଣା । ୮ ଦିନ ପରେ ବି ପୋଲିସର ହାତ ଖାଲି । ସେପଟେ ଅଭିଯୁକ୍ତ ବିହାରର ହୋଇଥିବା ବେଳେ ସମ୍ବଲପୁର ପୋଲିସ ବିହାର ଏସଟିଏଫ ସହ ଯୋଗାଯୋଗ ସ୍ଥାପନ କରି ତଦନ୍ତ କରୁଛି ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ।

ସମ୍ବଲପୁର ସହର ଉପରେ ଏବେ କୁଖ୍ୟାତ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗର ନଜର l ସମ୍ବଲପୁର ମଣପୁରମ ଫାଇନାନ୍ସରୁ ହୋଇଥିବା ସୁନା ଡକାୟତି ଘଟଣାରେ ସୁବୋଧ ସିଂ ଗ୍ୟାଙ୍ଗର ଲିଙ୍କ ଥିବାର ପୋଲିସ ପକ୍ଷରୁ ସୂଚନା ମିଳିବା ପରେ ଏହା ପ୍ରମାଣିତ ହୋଇଛି l

Sambalpur Manapuram finance limited gold robbery (ETV Bharat Odisha)

ସମ୍ୱଲପୁର ସୁନା ଲୁଟ ଘଟଣାରେ ଅନ୍ତରାଜ୍ୟ ଗ୍ୟାଙ୍ଗ ଲୁଟେରା:

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, "ମଣପୁରମ ଗୋଲଡ଼ ଲୁଟ ମାମଲାରେ ତଦନ୍ତ ଚାଲୁଛି, ସେହି ମାମଲାରେ ସୁବୋଧ ସିଂ ଓ ପଲ୍ଲୁ ସିଂ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ସେମାନେ ସାରା ଦେଶରେ ଲୁଟ କରିଛନ୍ତି । ଜଣେ ଅଭିଯୁକ୍ତ ବିହାରର ବେହୁର ଜେଲରେ ଅଛି ଆଉ ଜଣେ କୋଲକାତାର ପ୍ରେସିଡେନ୍ସି ଜେଲରେ ଅଛି l ସେମାନେ ଜେଲରେ ରହି କ୍ରାଇମ କରୁଛନ୍ତି । ଆମେ ସେହି ଦିଗକୁ ନେଇ ତଦନ୍ତ କରୁଛୁ l ଆମ ପାଖରେ ଯେଉଁ ତଥ୍ୟ ପ୍ରମାଣ ମିଳିଛି ସେଥିରୁ ଜଣାପଡିଛି ଯେ ସେହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି l ଏଥିପାଇଁ ଏହି ମାମଲାର ସବୁ ଅଭିଯୁକ୍ତଙ୍କୁ ଧରିବୁ ଓ ଏହି ଗ୍ୟାଙ୍ଗ ଉପରେ ଲଗାମ ଲଗାଇବୁ ଯେମିତି ଆଗକୁ ଏମିତି ଘଟଣା ଘଟିବ ନାହିଁ l

Sambalpur Manapuram finance limited gold robbery

ବିହାର ଏସଟିଏଫ ଯୋଗାଯୋଗରେ ସମ୍ବଲପୁର ପୋଲିସ:

ସେ ଆଉ ମଧ୍ୟ କହିଛନ୍ତି, " ଏହି ଗ୍ୟାଙ୍ଗ ବହୁତ ବଡ଼ ଗ୍ୟାଙ୍ଗ ଓ ସାରା ଦେଶରେ ଏମାନେ ସୁନା ଡକାୟତି କରୁଛନ୍ତି l ଏହି ଗ୍ୟାଙ୍ଗକୁ ନଷ୍ଟ କରିବା ପାଇଁ ଆମେ ବିହାର ଏସଟିଏଫ ସହ ଯୋଗାଯୋଗ କରୁଛୁ l ଆମର ଅତିରିକ୍ତ ଡିଜି, ଡିଜି କ୍ରାଇମ, ଡିଜି ସାର ସମସ୍ତେ ବିହାର ଏସଟିଏଫ ସହ ଯୋଗାଯୋଗ ସ୍ଥାପନ କରିଛନ୍ତି l ଏହି କେସରେ ସବୁ ବରିଷ୍ଠ ଅଧିକାରୀ କାମ କରୁଛନ୍ତି l ବିହାର ଏସଟିଏଫ ଏହି ମାମଲାରେ ପାଟନାରେ ବି ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି l ସବୁ ଜାଗାରେ ରେଡ ଚାଲୁଛି l ଅଭିଯୁକ୍ତକୁ ଯଥାଶୀଘ୍ର ଧରିବାକୁ ସମ୍ବଲପୁର ଏସପି 4 ରୁ 5 ଟି ଜାଗାକୁ ଟିମ ପଠେଇଛନ୍ତି ଓ ନଜରରେ ରଖିଛନ୍ତି l ସବୁ ସ୍ତରରେ ଆମେ ଯୋଗାଯୋଗ ସ୍ଥାପନ କରିଛୁ l ଡିଜି କ୍ରାଇମରୁ ଡ଼ିଜି ସାର ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ଦିନ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି l "

୨ ଅଭିଯୁକ୍ତଙ୍କ ଓ୍ବାଣ୍ଟେଡ ଫଟୋ:

ଅନ୍ୟପଟେ ସମ୍ବଲପୁର ପୋଲିସ ଏହି ଘଟଣାରେ 2 ଜଣ ଅଭିଯୁକ୍ତଙ୍କ ୱାଣ୍ଟେଡ ଫଟୋ ଜାରି କରିଛି । ଏହି ଅଭିଯୁକ୍ତକୁ ଧରିବା ପାଇଁ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରାଯାଇଛିି । ଏନେଇ 8926987695 କିମ୍ବା 8926987693 ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କହାଯାଇଛି । ତେବେ, ଅଭିଯୁକ୍ତ ଜଣକ କିଏ ଏବଂ ତାଙ୍କ ନାମ କିମ୍ବା ଠିକଣା ସମ୍ପର୍କରେ ପୋଲିସ ବର୍ତ୍ତମାନ ସ୍ପଷ୍ଟ କରି ନଥିବା ବେଳେ ତାର ଏକ ଫଟୋ ଜାରି କରିଛି ପୋଲିସ । ସେ ବିହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ଡକାୟତି ଘଟଣା ପରେ ସେ ରାଜ୍ୟ ବାହାରକୁ ନଯାଇ ସମ୍ବଲପୁର, ଝାରସୁଗୁଡ଼ା କିମ୍ବା ସୀମାବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିବା ପୁଲିସ ତଦନ୍ତରୁ ଜଣା ପଡ଼ିଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ...

ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ

ସମ୍ବଲପୁର ପୋଲିସର ଘୋଷଣା, ଚୋରକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା

BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର

ଲକ୍ଷ ଲକ୍ଷ ଟଙ୍କା ଲୁଟିବା ପରେ ATM ଜାଳିଦେଲେ ଦୁବୃର୍ତ୍ତ

ସମ୍ବଲପୁର ସୁନା ଲୁଟ ଘଟଣା:

ଗତ 3 ତାରିଖ ଦିନ ପ୍ରାୟ 10 ଟା ସମୟରେ ମଣପୁରମ୍ ଫାଇନାନ୍ସରୁ 6 ଜଣ ସଶସ୍ତ୍ର ଡକାୟତି କରିଥିଲେ । ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ 29 କେଜି ଓଜନର ସୁନା ଓ ନଗଦ 4 ଲକ୍ଷ 81 ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କାହାରିକୁ ଗିରଫ କରିନି ପୋଲିସ l ଏହି ଘଟଣାରେ ଏବେ ଦେଶର କୁଖ୍ୟାତ ସୁନା ଡକାୟତ ଗ୍ୟାଙ୍ଗ ସୁବୋଧ ସିଂ ଓ ତାର ସହଯୋଗୀଙ୍କ ଲିଙ୍କ ଥିବା ଜଣା ପଡିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.