ଧାନମଣ୍ଡି ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ - ଧାନମଣ୍ଡି ସମସ୍ୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10414574-thumbnail-3x2-mandi.jpg)
ଭୁବନେଶ୍ବର: ରାଜ୍ୟ ସରକାର ଚାଷୀଙ୍କର ସବୁ ବଳକା ଧାନ କିଣିବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ, ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ଓ ଖଳାରେ ପଡ଼ି ରହିଛି । ଏଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ଆଳି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ 11 ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନରେ ରାଜ୍ୟପାଳଙ୍କୁ ଗୁରୁବାର ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟ ଫସଲ ଧାନ । ଧାନ ଚାଷ ଉପରେ ପ୍ରାୟ 90 ପ୍ରତିଶତ ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାରେ ଏକ କ୍ଲିଣ୍ଟାଲ ଧାନ ଉତ୍ପାଦନରେ ପ୍ରାୟ 2400 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ସାଧାରଣ ଧାନ କ୍ରିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 1868ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଚାଷୀ ପ୍ରତି କ୍ଲିଣ୍ଟାଲ ପିଛା ବର୍ତ୍ତମାନ ଧାନରେ 532 ଟଙ୍କା କ୍ଷତି ସହୁଛନ୍ତି । ସ୍ବାମୀନାଥନ କମିଟି ସୁପାରିଶ ଆଧାରରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରାଯିବା ପାଇଁ ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।