ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ
🎬 Watch Now: Feature Video
ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲାରେ ଏସଆଇଟି ଟିମର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ । ତଦନ୍ତର ଦିଗ ଭୁଲ୍ ଦିଗକୁ ଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିସହ ଯଦି ଏହିଭଳି ଭାବେ ଏସଆଇଟି ଟିମ୍ ତଦନ୍ତ କରେ, ତେବେ ଦୋଷୀ ଖସିଯିବାର ସମ୍ଭାବନା ଅଛି ବୋଲି କଂଗ୍ରେସ କହିଛି । ସୂଚନା ଅନୁଯାୟୀ ପରୀ ହତ୍ୟା ମାମଲାରେ ଏସଆଇଟି ଟିମ୍ କରୁଥିବା ତଦନ୍ତକୁ ସନ୍ଦେହ କରୁଛି କଂଗ୍ରେସ । ଏସଆଇଟି ଟିମର ତଦନ୍ତ ଉପରେ ଭରସା ନାହିଁ ବୋଲି କଂଗ୍ରେସ ଜିଲ୍ଲାସଭାପତି ଆଇନଜୀବୀ ରଣଜିତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏଥିସହ ତଦନ୍ତର ଦିଗ ଭୁଲ୍ ଦିଗକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି । ଯଦି ଏହିଭଳି ଭାବେ ତଦନ୍ତ କରାଯାଏ ତେବେ ମାମଲାରେ ପ୍ରକୃତ ଦୋଷୀ ଖସିଯିବ ବୋଲି ଆଇନଜୀବୀ ରଞ୍ଜିତ କହିଛନ୍ତି ।