ସିଜିନ ସମୟରେ କାମରେ ଆସୁନି ଥଣ୍ଡା ପାନୀୟ, 2 ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ପ୍ରଭାବିତ - corona
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8583716-thumbnail-3x2-bsns.jpg)
ବାଲେଶ୍ବର: କୋରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ଯୋଗୁଁ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗରମ ଦିନରେ ଥଣ୍ଡା ପାନୀୟ ବ୍ୟବସାୟ ଏଥର କୋରୋନା ପାଇଁ ବେଶ ପ୍ରଭାବିତ ହୋଇଛି। ବାଲେଶ୍ଵର ସହରରେ ଛୋଟ ବଡ଼ କରି ପ୍ରାୟ 2 ହଜାରରୁ ଅଧିକ ବ୍ୟବସାୟୀ ଥଣ୍ଡା ପାନୀୟ ବେପାର କରି ଗୁଜୁରାଣ ମେଣ୍ଟାଉଛନ୍ତି। ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ଯାଏଁ ବିଶେଷ କରି ଥଣ୍ଡା ପାନୀୟର ଭଲ ବ୍ୟବସାୟ ହୋଇଥାଏ। ମାତ୍ର ଚଳିତ ବର୍ଷ କୋରୋନା କାରଣରୁ ଥଣ୍ଡା ପାନୀୟର ଆଶାତୀତ ବେପାର ହୋଇପାରିନାହିଁ । ବିବାହ କିମ୍ବା କୌଣସି ସାର୍ବଜନୀନ ଆୟୋଜନ ଉପରେ କଟକଣା ଥିବାରୁ ଥଣ୍ଡା ପାନୀୟର ଏଥର ଆବଶ୍ୟକ ପଡ଼ିନାହିଁ । ଯେଉଁଥିପାଇଁ ବର୍ତ୍ତମାନ ଅନଲକ ପରେ ମଧ୍ୟ ଅଣ୍ଟା ସଳଖି ଠିଆ ହୋଇପାରି ନାହାଁନ୍ତି ଥଣ୍ଡା ପାନୀୟ ବେପାରୀମାନେ ।