ଚୈତ୍ର ମାସ ଶୈବ ପୀଠରେ କାଉଡିଆଙ୍କ ଭିଡ, ଜଳାଭିଷେକ କଲେ ବଙ୍ଗାଳି ସମ୍ପ୍ରଦାୟ - bolbom devotees throng shiva temples
🎬 Watch Now: Feature Video
ଖୋର୍ଦ୍ଧା: ଶ୍ରାବଣ ମାସରେ ନିଜନିଜ ମାନସିକ ପୂରଣ ପାଇଁ ବାବା ଭୋଳାନାଥଙ୍କ ନିକଟରେ ଜଳାଭିଷେକ କରନ୍ତି କାଉଡ଼ିଆମାନେ । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଥିବା ବଙ୍ଗାଳି ସଂମ୍ପ୍ରଦାୟର ଲୋକେ ଚୈତ୍ର ମାସରେ ମଧ୍ୟ ପାଣିଭାର ନେଇ ଯାଉଥିବା ଦେଖିବାକୁ ମିଳିଛି । ଆସ୍ଥା ଓ ବିଶ୍ବାସର ସହ ନିଜନିଜର ମାନସ୍କାମନା ପୂରଣ ପାଇଁ ବଙ୍ଗାଳି ସମ୍ପ୍ରଦାୟର ଲୋକମାନେ କଲିକତାରରେ ଅବସ୍ଥିତ ବାବା ତାରକେଶ୍ଵର ଠାରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଶିବଙ୍କ ନିକଟରେ ଜଳାଭିଷେକ କରନ୍ତି । ଏହି ବଂଶାନୁକ୍ରମ ପ୍ରଥାକୁ ଆସ୍ଥା ଓ ବିଶ୍ବାସର ପର୍ବ ରୂପେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ବସବାସ କରୁଥିବା ଶହ ଶହ ମହିଳା, ପୁରୁଷ ଓ ଛୋଟ ପିଲା ନିଜ ନିଜର ମାନସିକ ପୂରଣ ପାଇଁ କାଉଡ଼ିଆ ଭକ୍ତମାନେ ମା' ଉଗ୍ରତାରା ନିକଟସ୍ଥ ଜଳାଶୟରୁ ପାଣି ଭାର ଆଣି ଗାଁରେ ଥିବା ଶିବ ମନ୍ଦିରରେ ଜଳ ଲାଗି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ