ପରୀକୁ ନ୍ୟାୟ ଦାବିରେ 5 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା - pari murder case
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9824399-thumbnail-3x2-bjp.jpg)
ନୟାଗଡ଼: ପରୀକୁ ନ୍ୟାୟ ଦାବିରେ ପଞ୍ଚମ ଦିନରେ ବିଜେପିର ଗଣଧାରଣା। ପରୀକୁ ନ୍ୟାୟ ଦାବି ନେଇ ବିଜେପିର ଗଣଧାରଣା ଜାରି ରହିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ବିଜେପିକର୍ମୀ। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି l