ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ପାଇଁ ବିଜେପିର ଦାବି - ବିଜେପିର ସ୍ବାଧୀକାର ଆଇନ ଭଙ୍ଗ ନୋଟିସ ଦାବି

🎬 Watch Now: Feature Video

thumbnail

By

Published : Jan 15, 2021, 7:03 PM IST

ଭୁବନେଶ୍ବର: ନୟାଗଡ଼ ନାବାଳିକା ହତ୍ୟାଘଟଣାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । SIT ଗଠନ କୋର୍ଟ ଦ୍ବାରା ମନିଟର ହେଉନାହିଁ ବୋଲି ଆରଟିଆଇ ତଥ୍ୟ ଆଧାରରୁ ସୂଚନା ମିଳିଛି । ଏହି ସମ୍ପର୍କରେ ବିଧାନସଭାରେ ମିଥ୍ୟା ତଥ୍ୟ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ନାଁରେ ସ୍ବାଧିକାର ଆଇନ ଭଙ୍ଗ ନୋଟିସ ଆଣିବାକୁ ବିଜେପି ଦାବି କରିଛି । ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ସମ୍ପୃକ୍ତ ଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ଏଭଳି ମିଛକୁ ବିଜେପି ଭର୍ତ୍ସନା କରିଛି ବୋଲି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ତେବେ ବିଧାନସଭାରେ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ SIT ଗଠନ କୋର୍ଟ ଦ୍ବାରା ମନିଟର ହେଉଛି ବୋଲି କହିଥିଲେ । ଏହା ବର୍ତ୍ତମାନ ମିଛ ପ୍ରମାଣିତ ହେବା ପରେ ବିଧାନସଭାରେ ମିଥ୍ୟା ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ସ୍ବାଧିକାର ଆଇନ ଭଙ୍ଗ ନୋଟିସ ଆଣିବା ପାଇଁ ସେ ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.