କୁଡୁମୀ ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ସାଂସଦଙ୍କ ଦାବି

By

Published : Sep 23, 2020, 7:11 PM IST

thumbnail
ନୂଆଦିଲ୍ଲୀ: ରାଜ୍ୟସଭାରେ କୁଡୁମୀ (ମହାନ୍ତ) ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସେ ରାଜ୍ୟସଭାର ଶୂନ୍ୟକାଳରେ ଏହି ଦାବି କରିଛନ୍ତି । ରାଜ୍ୟସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଯାଇଥିବା ମହାନ୍ତ ଗୃହରେ ଆଜି ନିଜର ପ୍ରଥମ ଦାବି ରଖିଛନ୍ତି । ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଅନେକ କୁଡୁମୀ ସମ୍ପ୍ରଦାୟ ଲୋକ ରହୁଥିବାବେଳେ ସେମାନଙ୍କୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ଅନେକ ଦିନ ହେବ କୁଡୁମୀ ସମ୍ପ୍ରଦାୟ ଏସଟିରେ ଅନ୍ତଭୁକ୍ତ ହେବାକୁ ଦାବି କରୁଥିବାବେଳେ ସେମାନଙ୍କ ଦାବିକୁ ଗ୍ରହଣ କରି ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.