ETV Bharat / state

ଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି - INCOME TAX RAID

କବାଟ ଭାଙ୍ଗି ଠକ ଦମ୍ପତିଙ୍କ ଘରେ ପଶିଛି ଆୟକର ବିଭାଗ । ଭୁବନେଶ୍ୱରର ଚାରୋଟି ସ୍ଥାନ ସମେତ ଓଡ଼ିଶା ଓ ବାହାରେ ମୋଟ 12ଟି ସ୍ଥାନରେ ରେଡ୍‌ କରିଛି ଆୟକର ବିଭାଗ।

Etv Bharatଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି
Etv Bharatଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି (Etv Bharat)
author img

By ETV Bharat Odisha Team

Published : 23 hours ago

Updated : 22 hours ago

ଭୁବନେଶ୍ବର: ସଦଳବଳ ଆସିଲେ ତାଲା କାଟି ଘରେ ପଶିଲେ। କବାଟ ଭାଙ୍ଗି ଠକ ଦମ୍ପତିଙ୍କ ଘରେ ପଶିଛି ଆୟକର ବିଭାଗ । ବହୁ ବଡ଼ ବଡିଆଙ୍କଠୁ ଚୁନ ଲଗାଇଥିବା ଅନିଲ ମହାନ୍ତି ଓ ତାଙ୍କ ପାର୍ଟନର୍ ହଂସିତାଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଭୁବନେଶ୍ୱରର ଚାରୋଟି ସ୍ଥାନ ସମେତ ଓଡ଼ିଶା ଓ ଓଡ଼ିଶା ବାହାରେ ମୋଟ 12ଟି ସ୍ଥାନରେ ରେଡ୍‌ କରିଛି ଆୟକର ବିଭାଗ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସଚିବଙ୍କ ସମ୍ପର୍କୀୟ କହି ଅନେକ ବଡ଼ ବଡିଆଙ୍କୁ ଲୁଟିଥିଲେ ଅନିଲ ମହାନ୍ତି ଓ ତାଙ୍କ ପାର୍ଟନର୍ ହଂସିକା ।

ଏକକାଳୀନ 12ଟି ଜାଗାରେ ରେଡ୍‌

କମିସନରେଟ ପୋଲିସର କେସ୍‌ ନମ୍ବର 611 ର (ଗ) ରେ ହୋଇଥିବା ଅନିଲ ମହାନ୍ତି ଓ ପାଟନର୍ ହଂସିକାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଛାନଭିନ କରିଛି ଆୟକର ଟିମ୍ । ଏନେଇ ଆୟକର ଟିମ୍‌ର 12ଟି ଟିମ୍ ଏକକାଳିନ ଭାବେ ଭୁବନେଶ୍ୱର ନୟାପଲ୍ଲୀର 8 ନମ୍ବର ଅଞ୍ଚଳରେ ଥିବା ଏକ ଘର ସମେତ ପଟିଆ ଜେଡ 1 ଆପାର୍ଟମେଣ୍ଟର ଟାଓ୍ବାର-6 ରେ ଥିବା ଦୁଇଟି ଫ୍ଲାଟ ଓ ରଘୁନାଥ ନଗରରେ ଥିବା ଏକ ଘର ସମେତ ମଞ୍ଚେଶ୍ବର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ ଅଫିସରେ ମଧ୍ୟ ଚଢାଉ କରିଛି । ଏହା ସହିତ ଗଞ୍ଜାମର ବ୍ରହ୍ମପୁର ଓ କଳାହାଣ୍ଡିରେ ଥିବା ହଂସିକାଙ୍କ ଘର ସହ ଲାଞ୍ଜିଗଡ଼ ଓ କୋଲକାତା ସମେତ ଝାଡଖଣ୍ଡ ବୋକାରୋରେ ମଧ୍ୟ ରେଡ୍‌ କରାଯାଉଛି ।

ଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି (Etv Bharat)

ଭାଇମାନଙ୍କ ନାଁ ବ୍ୟବହାର କରି ଖୋଲିଥିଲା 8 ସଂସ୍ଥା

ଏନେଇ ତାର ଘର ସମ୍ପତ୍ତି ଓ ଗାଡି ସମେତ ଯେଉଁ ସବୁ କମ୍ପାନୀ ସହ କାରବାର ରହିଛି ତାର ମଧ୍ୟ ଖୋଳତାଡ ଚାଲିଛି । ଏପରିକି କିଛି କମ୍ପାନିର ସିଏସଆର କାରବାର ବୁଲୁଥିବା ସଂସ୍ଥାର ମଧ୍ୟ ତଥ୍ୟ ଆଧାରରେ ଛାନଭିନ ଜାରି ରହିଛି। ନିଜର ଆୟ ମାସକୁ 70ଲକ୍ଷ ଦେଖାଉଥିବା ଏହି ଠକ ପାର୍ଟନରଙ୍କ ବିଭିନ୍ନ ବ୍ୟବସାୟିକ କାରବାର ଥିବା ମଧ୍ୟ ଜାଣିବାକୁ ପାଇଛି ଆୟକର ଟିମ୍ । ଏପରିକି ନିଜର ଭାଇମାନଙ୍କ ନା ବ୍ୟବହାର କରି 8ଟି କର୍ପୋରେଟ ସଂସ୍ଥା ମଧ୍ୟ ଖୋଲିଥିବା ଆୟକର ଟିମ୍ ଜାଣିବାକୁ ପାଇଛି । ଏପରିକି ସେସବୁ ସଂସ୍ଥାର ଅଫିସ ମାନଙ୍କରେ ମଧ୍ୟ ଛାନଭିନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ 5 ରେ ଭୋଟିଂ, 8ରେ ଗଣତି

ଏକାଧିକ ବେନାମୀ କମ୍ପାନୀ ଖୋଲିଥିଲା

ଆୟ କେତେ ରହୁଥିଲା ଖର୍ଚ୍ଚ କେତେ ରହୁଥିଲା । ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ସମସ୍ତ ଟ୍ୟାକ୍ସ ରିପୋର୍ଟ ମଧ୍ୟ ଛାନଭିନ କରୁଛି ଆୟକର ଟିମ୍‌ । ଛାନଭିନ ସମୟରେ ଏକାଧିକ ବେନାମୀ କମ୍ପାନି ଖୋଲିଥିବା ଜାଣିବାକୁ ପାଇଛନ୍ତି ଆଇଟି ଟିମ । ଯେଉଁଠି ସେ ନିଜକୁ ଡାଇରେକ୍ଟର ଓ ଏମଡି ବୋଲି ଦର୍ଶାଇଥିବା ଜଣାପଡିଛି। ତେବେ ଗତ 25 ତାରିଖରେ ଅନିଲ ମହାନ୍ତି ଓ ହଂସିକାକୁ ଗିରଫ କରିଥିଲା କମିସନରେଟ ପୋଲିସ। ଜଣେ ପ୍ରତିପତି ଲୋକଙ୍କୁ ମେଲ୍‌ ପଠାଇ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବଙ୍କ ଝିଅ ଜ୍ବାଇଁଙ୍କ ପରିଚୟ ଦେଇ ଠକାମି କରିବାକୁ ଉଦ୍ୟମ କରୁଥିବା ପୋଲିସ ପାଖରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ଘଟଣାକୁ ସ୍ପେଶାଲ କ୍ରାଇମ୍ ୟୁନିଟ ତଦନ୍ତ କରିଥିଲା । ଅନିଲର ଭାଇ ସମେତ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଠକ ପାଟନର୍ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବ ପି.କେ ମିଶ୍ରଙ୍କ ଝିଅ ଜ୍ବାଇଁ କହି ଠକାମି କରୁଥିବାର ଅଭିଯୋଗ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 22 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.