ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, DNA ଟେଷ୍ଟ ପାଇଁ ପହଞ୍ଚିଲେ ନିଖୋଜ ସୀମାଞ୍ଚଳଙ୍କ ପରିବାର
🎬 Watch Now: Feature Video
ଭୁବନେଶ୍ବର: ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି ନିଖୋଜ ସୀମାଞ୍ଚଳଙ୍କ ପରିବାର । ସୀମାଞ୍ଚଳଙ୍କ ବାପା ଓ ମାଁ ଙ୍କ DNA ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏ ନେଇ ସୀମାଞ୍ଚଳଙ୍କ ବାପା କହିଛନ୍ତି ଯଦି ସୀମାଞ୍ଚଳ ନିଖୋଜ ରହିଛି, ତେବେ ଆମ ପାଖକୁ ଫେରାଇ ଦିଅନ୍ତୁ, ନହେଲେ ଯଦି ମୃତ୍ୟୁ ଘଟିଛି ତେବେ ଘୋଷଣା କରାଯାଉ । ତେବେ ଘରେ ବୃଦ୍ଧ ବାପା-ମାଆ ଓ ସୀମାଞ୍ଚଳଙ୍କ ପତ୍ନୀଙ୍କ ସହ ଦୁଇ ପିଲା ଅଛନ୍ତି । ସେମାନଙ୍କର ଭରଣ ପୋଷଣ କିଭଳି କରାଯିବ ସେନେଇ ଚିନ୍ତାରେ ରହିଛନ୍ତି ସୀମାଞ୍ଚଳଙ୍କ ବାପା । ଏପଟେ ସୀମାଞ୍ଚଳଙ୍କ ବାପା କହିଛନ୍ତି ଯେ, ସୀମାଞ୍ଚଳର ମୃତ୍ୟୁ ଘଟିଛି, କିନ୍ତୁ ଏହି ଘଟଣାକୁ ନେଇ ବିଭ୍ରାନ୍ତକର ସୂଚନା ଦିଆଯାଉଛି ବୋଲି ସୀମାଞ୍ଚଳଙ୍କ ବାପା କହିଛନ୍ତି । ଅନ୍ୟପଟେ ସୀମାଞ୍ଚଳଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ଯେ, ସରକାର ଯେଉଁ ଘୋଷଣା କରିଛନ୍ତି ମୃତ ବ୍ୟକ୍ତିଙ୍କୁ 8 ଲକ୍ଷ ଟଙ୍କା ରାଶି ଦିଆଯିବ ବୋଲି ସେଥିରେ ପତ୍ନୀ ଓ ଦୁଇ ପିଲାଙ୍କର ପାଠ ପଢା ପାଇଁ ଯଥେଷ୍ଟ ଆବଶ୍ୟକତା ରହିଛି । ଅନ୍ୟପଟେ ସୀମାଞ୍ଚଳଙ୍କ ପତ୍ନୀଙ୍କୁ ସରକାରୀ ସ୍ତରରେ କର୍ମନିଯୁକ୍ତି ଦିଆଯାଉ ବୋଲି କହିଛନ୍ତି ସୀମାଞ୍ଚଳଙ୍କ ସମ୍ପର୍କୀୟ ଭାଇ ।