thumbnail

By

Published : Jul 25, 2020, 3:18 PM IST

ETV Bharat / Videos

ମୃତ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ସହ ବୀମା ରାଶି ଦାବି କଲା ବ୍ରହ୍ମପୁର ପ୍ରେସ କ୍ଳବ

ବ୍ରହ୍ମପୁର: କୋରୋନା ମୁକାବିଲା ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନା କରି ଗଣମାଧ୍ୟମରେ କାର୍ଯ୍ୟରତ ରହିଥିବା ରାଜ୍ୟର 2ମୃତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ସେହି 2ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିବା ଲାଗି ଦାବି କଲା ବ୍ରହ୍ମପୁର ପ୍ରେସ କ୍ଳବ । ବ୍ରହ୍ମପୁରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଏ ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିନରଙ୍କୁ ସାକ୍ଷାତ କରି ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ଗତ କିଛି ଦିନ ତଳେ ଖବର ସଂଗ୍ରହ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର ଦୈନିକ ଓଡ଼ିଆ ଖବର କାଗଜର କାର୍ଯ୍ୟରତ ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋରୋନାରେ ମୃତ୍ୟୁ ଘଟିଥିଲା । ରାଜ୍ୟର ପ୍ରଥମ ସାମ୍ବାଦିକ ଭାବେ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ସେହିପରି ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ଗଣମାଧ୍ୟମର ପ୍ରତିନିଧି ସି.ଏଚ୍. ଚତନମ୍‌ଙ୍କ ମଧ୍ୟ ବିୟୋଗ ହୋଇଥିବାରୁ ତୁରନ୍ତ ସହାୟତା ରାଶି ସହିତ ଏହି ରାଶିକୁ ବୃଦ୍ଧି କରାଯିବାକୁ ଦାବି କରାଯାଇଛି । ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ.. ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.