ETV Bharat / state

ଆଜି ପ୍ରବଳ ବର୍ଷା ସହ ହେବ ହାଡ ଭଙ୍ଗା ଶୀତ, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER UPDATE

27 ତାରିଖ ଯାଏଁ ବର୍ଷାରୁ ନାହିଁ ନିସ୍ତାର । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି । ଆଜିଠୁ ବଢିବ ଶୀତର ପ୍ରକୋପ ।

Odisha Weather
Odisha Weather (ETV Bharat)
author img

By ETV Bharat Odisha Team

Published : Dec 25, 2024, 7:27 PM IST

Updated : Dec 26, 2024, 7:08 AM IST

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ 27 ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ବର୍ଷା । ଏଥିସହ ଆଜି ଶୀତର ପ୍ରକୋପ ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ:

ଆଜି (ଗୁରୁବାର) 8 ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡା, ନୂଆପଡା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather
Odisha Weather (IMD)

ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା:

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଫଳରେ ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ। ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳମୁହାଁ ହେବ ଲଘୁଚାପ । ଏହାସହ ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା ସହ ଆଜିଠୁ ଆହୁରି ବଢିବ ଶୀତର ପ୍ରକୋପ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

Odisha Weather
Odisha Weather (IMD)

ଏହା ବି ପଢନ୍ତୁ...ଓଡ଼ିଶାରେ ଆଉ ୨ ଦିନ ବର୍ଷା ଆଲର୍ଟ, କାଲି ଭିଜିବ ଦକ୍ଷିଣ ଓଡ଼ିଶା: IMD - ODISHA WEATHER UPDATE

ଏହା ମଧ୍ୟ ପଢ଼ନ୍ତୁ...IMD Alert: ଆହୁରି 24 ଘଣ୍ଟା ବର୍ଷା, 8 ଜିଲ୍ଲାରେ ବର୍ଷିବ - WEATHER UPDATE

ଏହା ମଧ୍ୟ ପଢ଼ନ୍ତୁ...IMDର ଆଲର୍ଟ: ଆଜି ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

ଟାଙ୍ଗିରେ ସର୍ବାଧିକ ବର୍ଷା ରେକର୍ଡ:

ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ସର୍ବାଧିକ ଖୋର୍ଦ୍ଧା ଟାଙ୍ଗିରେ ୭୪.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡରେ ୧୪.୪ଡିଗ୍ରୀ ଓ ପାହାଡିଆ ଅଞ୍ଚଳରେ ଦାରିଙ୍ଗିବାଡିରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 26, 2024, 7:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.