ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚଳୁ, ବ୍ୟାଙ୍କ ମ୍ୟାନେଜର ଗିରଫ
🎬 Watch Now: Feature Video
ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ । ତାହା ପୁଣି ସରକାରୀ ଟଙ୍କା । ଯାହାକୁ ହଡପ କରିଛନ୍ତି ଖୋଦ ବ୍ୟାଙ୍କ ମ୍ୟାନେଜର । ଅନୁଗୋଳ ଜିଲ୍ଲାପାଳଙ୍କ ନାଁରେ ଥିବା ସରକାରୀ ଆକାଉଣ୍ଟରୁ 60 ଲକ୍ଷ ଟଙ୍କା ହଡପ କରିଛନ୍ତି ତତ୍କାଳୀନ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର । ତଦନ୍ତ ପରେ ତତ୍କାଳୀନ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।