ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ
🎬 Watch Now: Feature Video
କଟକ: ଓଡ଼ିଶାରେ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଉନାହାଁନ୍ତି। ସରକାରଙ୍କ ଏଭଳି କଟକଣା ସମ୍ବିଧାନ ବିରୋଧୀ। ତେଣୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ଜୟନ୍ତ ବଳ ଏହି ମାମଲା ରୁଜୁ କରିଛନ୍ତି। ରାଜ୍ୟରେ ମଲ, ଜିମ, ପାର୍ଲର ସବୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ମୋ ବସ ସେବା ବି ଆରମ୍ଭ ହୋଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ଉପରେ କାହିଁକି କଟକଣା ଜାରି କରାଯାଇଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି ।