ଖୋଲିଲା ସାତକୋଶିଆ, ଆନନ୍ଦିତ ଅଞ୍ଚଳବାସୀ - Satakosia tiger reserved project
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9038485-thumbnail-3x2-plc.jpg)
ଅନୁଗୋଳ: ରାଜ୍ୟରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣେ ଦୀର୍ଘ ମାସ ମାସ ଧରି ବନ୍ଦ ହୋଇ ରହିଥିବା ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଖୋଲା ଯାଇଛି। ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଯେତିକି ଆନନ୍ଦ ଆଣି ଦେଇଛି ତା ଠାରୁ ଅଧିକ ଖୁସି ଆଣି ଦେଇଛି ସାତକୋଶିଆ ଅଞ୍ଚଳ ବାସୀଙ୍କ ପାଇଁ। କାରଣ ଦୀର୍ଘ ଦିନ ହେଲା ଏହି ପ୍ରାକୃତିକ ପରିବେଶଟି ଖାଁ ଖାଁ ଲାଗୁଥିଲା। ମହାନଦୀ ସାତକୋଶିଆ ଗଣ୍ଡର ବିସ୍ତୁତ ଜଳରାଶିର ଶୋଭା, ବନ୍ୟ ଜନ୍ତୁଙ୍କ କଳରବ ଓ ରଙ୍ଗ ବେରଙ୍ଗ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ କେହି ନଥିଲେ । ପୁଣି ଥରେ ପର୍ଯ୍ୟଟକ ଯିବା ଆସିବା ଆରମ୍ଭ ହେବ ।