କୁନି ଓଠରେ ହସ ଫୁଟାଇଲେ ସବ୍ୟସାଚୀ, ବଢାଇଲେ ସହାୟତାର ହାତ

By

Published : Sep 28, 2020, 5:32 PM IST

thumbnail
ପୁରୀ: ହାତ ଯୋଡି କାକୁତି ମିନତି ହେଉଛି କୁନି । କିଏ ସାହାଯ୍ୟ କର ମୋ ହାତ ଠିକ କରିଦିଅ । ଆଉ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି କୋହଭରା ଭିଡିଓଟି ଦେଖି ତରଳିଯାଇଛି ରିୟଲ ହିରୋ ସବ୍ୟସାଚୀଙ୍କ ହୃଦୟ । ବଢାଇଛନ୍ତି ସହାୟତାର ହାତ । କୁନିଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇବା ସହ ଆଗାମୀ ସମସ୍ତ ଚିକିତ୍ସା ନେଇ ସେ ଦେଇଛନ୍ତି ପ୍ରତିଶୃତି । ପୁରୀ ଚନ୍ଦନପୁର ବାଲିପଡ଼ାର ଝିଅ କୁନି ପଣ୍ଡା । ବାପାଙ୍କୁ ହରାଇବା ପରେ ଚାଳଛପର ଘରେ ଅତି ଦୟନୀୟ ଭାବେ ରହୁଛନ୍ତି । ସାନ ଭାଇର ସ୍ବଳ୍ପ ରୋଜଗାରରେ ଚଳୁଛି ଘର । ଏଭଳି ଆର୍ଥିକ ସଙ୍କଟ ଭିତରେ କୁନିଙ୍କ ହାତର ଯନ୍ତ୍ରଣାର ଜୀବନ ଜିଇଁବା କଷ୍ଟକୁ ଦୁଇଗୁଣା କରିଦେଇଛି । ଟ୍ୟୁମରର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆସିବ କେଉଁଠୁ ସେହି ଚିନ୍ତାରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ କୁନି ଓ ତାଙ୍କ ପରିବାର । ତେବେ କୁନିଙ୍କ ଆକୁଳ ନିବେଦନ ଭିଡିଓ ଭାଇରାଲ ପରେ ଅନେକ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ତାଙ୍କ ପାଖରେ ପହଞ୍ଚି ବଢାଇଛନ୍ତି ସହଯୋଗର ହାତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.