ସଫଳ ମହିଳା ମାଛଚାଷୀ ଝୁନା, କୋରୋନା ଚୋଟରେ ଶୋଚନୀୟ ସ୍ଥିତି - Fish farming
🎬 Watch Now: Feature Video

କେନ୍ଦ୍ରାପଡା: ଅଦମ୍ୟ ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ମହିଳାଙ୍କ ପାଇଁ କଷ୍ଟ ନୁହେଁ"ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡାର ଝୁନା ପରିଡା । ଜଣେ ସଫଳ ମହିଳା ମାଛ ଯାଆଁଳ ଉତ୍ପାଦନକାରୀ ଚାଷୀ ଭାବେ ସେ ନିଜେ ରୋଜଗାରକ୍ଷମ ସହ 25ରୁ 50 ଜଣଙ୍କୁ ଦେଇଛନ୍ତି ନିଯୁକ୍ତି । ହେଲେ କୋରୋନା କଟକଣା ଓ ଲକଡାଉନ ମଧ୍ୟରେ ତାଙ୍କର ଓ ତାଙ୍କ ସହଯୋଗୀଙ୍କ ସ୍ଥିତି ସଙ୍ଗୀନ । ବେପାର ନଥିବାରୁ ଆୟ ବନ୍ଦ ରହିଛି ।