ହତ୍ୟାକାଣ୍ଡର ଲାଇଭ୍ ଭିଜୁଆଲ - କବିସୂର୍ଯ୍ୟନଗରରେ ହତ୍ୟାକାଣ୍ଡ ଲାଇଭ

🎬 Watch Now: Feature Video

thumbnail

By

Published : Apr 16, 2021, 10:40 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡିର ଏ ବରିଡା ଗ୍ରାମରେ ଶୁକ୍ରବାର ସକାଳେ ଘଟିଯାଇଛି ହତ୍ୟାକାଣ୍ଡ । ଏହି ହତ୍ୟା ସମୟର ଲାଇଭ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗ୍ରାମର ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ଜଣଙ୍କ ହାତରେ ଏକ ଧାରୁଆ ଅସ୍ତ୍ର ଧରି ମୃତକଙ୍କୁ ବାରମ୍ବାର ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରୁଥିଲା । ଏହାସହ ବ୍ୟକ୍ତିର ମୃତ୍ୟୁ ଘଟିବା ପରେ ମଧ୍ୟ ତା ଶରୀର ବିଭିନ୍ନ ଅଂଶକୁ ପୁଣି ଆକ୍ରମଣ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଗ୍ରାମର କୌଣସି ବ୍ୟକ୍ତିବିଶେଷ ହତ୍ୟା ସମୟରେ ଏଭଳି ଭିଡିଓ କରିଥିବା ଅନୁମାନ କରାଯାଉଛି । ମାତ୍ର ଦୁଇ ହଜାର ଧାର ଟଙ୍କାକୁ କେନ୍ଦ୍ର କରି ଏଭଳି ହତ୍ୟା ଘଟିଛି । ମୃତକ ଜଣକ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାଯାଇଛି । ଅନ୍ୟପଟେ ପୋଲିସ ହାତରେ ଅଭିଯୁକ୍ତ ଜଣଙ୍କ ଧରାପଡିଥିବା କୁହାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.