୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ - ଓଡ଼ିଶା ପୋଲିସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10401724-thumbnail-3x2-police.jpg)
କଟକ: ରାଜ୍ୟରେ ୮୯୪ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର । ଉଦ୍ଧାରଙ୍କ ମଧ୍ୟରେ ୮ଶହ ବାଳିକା ଓ ୯୪ ଜଣ ବାଳକ ରହିଛନ୍ତି । ସର୍ବାଧିକ ୧୨୭ ଜଣ ଶିଶୁ କେନ୍ଦ୍ରପଡା ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ମୟୂରଭଞ୍ଜରୁ 111 ଓ ବାଲେଶ୍ବରରୁ 88 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଜାନୁଆରି ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଚାଲିଥିଲା ଡ୍ରାଇଭ। ସ୍ବତନ୍ତ୍ର ଅପରେସନ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା ଦେଇଛନ୍ତି ।